Responsive Ad Slot

ନୂଆ ଖବର

latest

ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୫ମ ସଂସ୍କରଣ ଉନ୍ମୋଚିତ

Tuesday, January 1, 2019

/ by Gapu
ଭଦ୍ରକ (୧/୧/୨୦୧୯): ଭାଷାଟିଏ କେତେ ସମୃଦ୍ଧ ତା'ର ପାଣ୍ଡୁଲିପିରୁ ଜଣାପଡ଼େ । ଆମର ଓଡ଼ିଆ ଭାଷା ମଧ୍ୟ ୬ଷ୍ଠ ଭାଷା ଭାବରେ ଶାସ୍ତ୍ରୀୟ ମାନ୍ୟତା ପାଇଛି ଏବଂ ଏହାର ପାଣ୍ଡୁଲିପି ସଂଖ୍ୟା ମଧ୍ୟ ଅସଂଖ୍ୟ । କିନ୍ତୁ ଅଧୁନା ଇଣ୍ଟରନେଟ ଯୁଗରେ ଆମେ ଟିକେ ପଛରେ ପଡ଼ିଯାଇଛେ । ସେଇଥିପାଇଁ ତ ଗୁଗୁଲରେ ଓଡ଼ିଆ ଭାଷାର ଅନୁବାଦ ପ୍ରାଣାଳୀ ଏବେଯାଏଁ ଆସିପାରିନାହିଁ । ତଥାପି ଆମେ କେବେ ଆଶା ହରାଇବା କଥା ନୁହେଁ । ନିଜ ଉପରେ ଓ ନିଜ ଲୋକଙ୍କ ଉପରେ ଆମ ଭାଷା ପାଇଁ ଭରଷା ରଖୁଥିବା ତିନିଜଣ ଯୁବକ ଗତବର୍ଷ ନବବର୍ଷ ଦିନ ପ୍ରକାଶ କରିଥିଲେ ଏକ ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବ, ଯାହାକି ତ୍ରୟମାସିକ ପତ୍ରିକା ଭାବରେ ସେମାନଙ୍କର ୱେବସାଇଟ୍ shubhapallaba.inରେ ଉପଲବ୍ଧ ହେଉଛି । ଖାଲି ଓଡ଼ିଆରେ ପତ୍ରିକାଟି ଉପଲବ୍ଧ ଥିଲା ତାହା ନୁହେଁ, ସେଥିରେ ପ୍ରକାଶିତ ଗପ କବିତାଗୁଡ଼ିକୁ ରେକର୍ଡ଼ିଂ ମଧ୍ୟ କରି ତାକୁ ୟୁ-ଟ୍ୟୁବରେ ଅପଲୋଡ଼ କରୁଛନ୍ତି, ଫଳରେ ଦେଖିପାରୁନଥିବା କିମ୍ବା ଓଡ଼ିଆ ଲିପି ଭଲରେ ପଢ଼ିପାରୁଥିବା ପାଠକ ମଧ୍ୟ ଉପକୃତ ହୋଇପାରିବେ ।

ଆଜି ଏହି ପତ୍ରିକାକୁ ବର୍ଷେ ପୂରଣ ହେବାସହ ଏହାର ୫ମ ସଂସ୍କରଣ ପ୍ରକାଶ ପାଇଛି । ଏହି ସଂସ୍କରଣରେ ସମୁଦାୟ ୫୪ଟି ଗପ, କବିତା, ପ୍ରବନ୍ଧ, ରମ୍ୟ ରଚନା, ଭ୍ରମଣ କାହାଣୀ ଆଦି ପ୍ରକାଶ ପାଇଛି । ଏହି ସଂସ୍କରଣର ସମ୍ପାଦନା ଦାୟିତ୍ୱରେ ଥିଲେ ସଂଗ୍ରାମ କେଶରୀ ସେନାପତି ଓ ତାପସ ରଞ୍ଜନ ଏବଂ ସୁଦୂର ମୁମ୍ବାଇରେ ରହୁଥିବା ସମ୍ବିତ ଦାସ ପତ୍ରିକାଟିର ଅଳଂକରଣ କାର୍ଯ୍ୟ କରିଛନ୍ତି । ଆଉ ଅଳ୍ପଦିନରେ ଏହି ସଂସ୍କରଣର ଅଡ଼ିଓ ମଧ୍ୟ ୟୁ-ଟ୍ୟୁବରେ ଉପଲବ୍ଧ ହେବ ବୋଲି ସମ୍ପାଦକ ସଂଗ୍ରାମ କେଶରୀ ସେନାପତି ସୂଚନା ଦେଇଛନ୍ତି ।

Don't Miss
© all rights reserved
made with by templateszoo | Upated by GAPU