Responsive Ad Slot

ନୂଆ ଖବର

latest

ପଖାଳ ଟ୍ରେଣ୍ଡ ପାଇଁ ଓଡ଼ିଆ ଟୁଇଟିଆଳି ପ୍ରସ୍ତୁତ

Monday, March 19, 2018

/ by Gapu
ଏବେ ସୋସିଆଲ ମିଡ଼ିଆରେ ଓଡ଼ିଆମାନେ ବି ଅନ୍ୟମାନଙ୍କ ଭଳି ବ‌ହୁଳ ଭାବରେ ସକ୍ରିୟ ଅଛନ୍ତି । ୨୦୧୫ ମସିହାରେ ଟୁଇଟରେ କିଛି ମହାରଥୀଙ୍କର ଅପ୍ରାଣ ଉଦ୍ୟମରେ ପ୍ରଥମଥର ପାଇଁ ମାର୍ଚ୍ଚ ୨୦ରେ #PakhalaDibasa ଟ୍ରେଣ୍ଡ ହେଇଥିଲା । ଏହାପରେ #NabakalebaraRathaJatra, #RasagolaDibasa, #ClassicalOdia, #ଭାଗବତ #Konark, #BaliJatra ଆଦି ଟ୍ରେଣ୍ଡ୍ ଅନେକ ସମୟ ଧରି ଭାରତୀୟ ଟ୍ରେଣ୍ଡଲିଷ୍ଟରେ ରହି ସଫଳ ହୋଇଥିଲା । 


ଏହାପରେ ୨୦୧୬ ଏବଂ ୨୦୧୭ରେ ପଖାଳ ଦିବସ ଉପରେ ଅନେକ ଲୋକାମାନେ ଟୁଇଟ୍ କରି ଏହାର ଟ୍ରେଣ୍ଡକୁ ସଫଳ କରାଇଥିଲେ । ଅଣଓଡ଼ିଆମାନେ ପଖାଳ ବିଷୟରେ ହିଁ ଅଧିକରୁ ଅଧିକ ତ‌ଥ୍ୟ ପାଇବା ସ‌ହ ପଖାଳ ଦିବସକୁ ସମର୍ଥନ କରିବାକୁ ଲାଗିଲେ । ତେଣୁ ଏହିବର୍ଷ ପଖାଳ ଦିବସ ଅବସରରେ ଲୋକମାନେ ସେମାନଙ୍କର ଟୁଇଟ୍ ସବୁକୁ ଆଗରୁ ଠିକ୍‌ଠାକ୍ କରି ଅସ୍ତ୍ର ଭଳି ସଜେଇକି ରଖିଲେଣି । 

ପଖାଳ ଦିବସ ପାଇଁ ଏବେ ଚାରିଆଡ଼େ ହଇଚଇ ସୃଷ୍ଟି କରିଥିବା ମାନସ ରଞ୍ଜନ ଦାଶଙ୍କ ପଖାଳ ଗୀତ ଚର୍ଚ୍ଚାରେ ଥିବା ବେଳେ ବିଦେଶରୁ ଓଡ଼ିଆମାନେ ପଖାଳ ଦିବସର ବାର୍ତ୍ତା ପଠାଇ ଏହି ଚର୍ଚ୍ଚାକୁ ଆହୁରି ବଢ଼େଇ ଦେଇଛନ୍ତି । ଏଥିସ‌ହ ଓଡ଼ିଆ ଟୁଇଟିଆଳିଗଣ ମଧ୍ୟ ପଖାଳ ଉପରେ ଅନେକ କିଛି ରୁଚିପୂର୍ଣ୍ଣ କାହାଣୀ, କବିତା ଆଦି ରଚନା କରି ପଖାଳ ଦିବସ ଟ୍ରେଣ୍ଡ ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏମିତିକି ପଖାଳ ଦିବସ ପାଇଁ ବର୍ଷଯାକର ପଖାଳ ଫଟୋକୁ ନେଇ ପ୍ରସ୍ତୁତ କିଛି ମହାରଥୀ ପ୍ରସ୍ତୁତ ଥିବାବେଳେ ଆଉ କିଛି ୧୫ଦିନିଆ ପଖାଳଖିଆ ଫଟୋ ପ୍ରତିଯୋଗୀତା କରି ଏହାକୁ ଅଧିକ ଆକାର୍ଷଣୀୟ କରାଇଛନ୍ତି ।

ବାଲୁକା କଳା ଜରିଆରେ ବିଶ୍ୱ ଦରବାରରେ ଓଡ଼ିଶାକୁ ଗୌରବାନ୍ୱିତ କରାଇଥିବା ସୁଦର୍ଶନ ପଟ୍ଟନାୟକ ମଧ୍ୟ ପଖାଳ ଦିବସ ପାଇଁ ସୁନ୍ଦର ବାଲୁକାକଳାଟିଏ ପସ୍ତୁତ କରି ଏହି ଟ୍ରେଣ୍ଡର ସେନାପତି ସାଜିଛନ୍ତି ।

Don't Miss
© all rights reserved
made with by templateszoo | Upated by GAPU