Responsive Ad Slot

ନୂଆ ଖବର

latest

ବାଲୁକାକଳା ମାଧ୍ୟମରେ ପଖାଳ ଦିବସର ବାର୍ତ୍ତା

Monday, March 19, 2018

/ by Gapu
ପଖାଳ ସବୁ ଓଡ଼ିଆର ପ୍ରିୟ । ତେଣୁ ପଖାଳକୁ ବିଶ୍ୱ ଦରବାରରେ ପ‌ହଞ୍ଚାଇବା ପାଇଁ ଓଡ଼ିଆମାନେ ମାର୍ଚ୍ଚ ୨୦କୁ ପଖାଳ ଦିବସ ଭାବରେ ପାଳନ କଲେ । ଏହି ଦିନରେ ଓଡ଼ିଆମାନେ ନିଜ ନିଜର ବନ୍ଧପରିଜନ, ସାଙ୍ଗସାଥୀ, ପରିବାର ଲୋକଙ୍କ ସ‌ହ ମିଶି ପଖାଳ ଖାଇଥାନ୍ତି । ମାର୍ଚ୍ଚ ୨୦ ବେଳକୁ ଯଦିଓ ବସନ୍ତ ଋତୁର ମାସ ବୋଲି ଧରିଯାଏ, ତ‌ଥାପି ଓଡ଼ିଶାରେ ଗ୍ରୀଷ୍ମର ଆରମ୍ଭ ହୋଇସାରିଥାଏ, ତେଣୁ ଗ୍ରୀଷ୍ମ ଋତୁକୁ ସ୍ୱାଗତ କରିବା ପାଇଁ ଏହି ଦିନଟିକୁ ପଖାଳ ଦିବସ ଭାବରେ ପାଳନ କରି ପଖାଳ ଖାଇ ଏବଂ ଖୁଆଇ ଗ୍ରୀଷ୍ମକୁ ସ୍ୱାଗତ କରିଥାନ୍ତି ଲୋକମାନେ ।


ଏହି ପଖାଳ ଦିବସ ଅବସରରେ ନିଜର ବାଲୁକା କଳା ମାଧ୍ୟମରେ ଓଡ଼ିଶାକୁ ବିଶ୍ୱ ସ୍ତରରେ ପରିଚିତ କରାଇଥିବା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ର କୂଳରେ ଏକ ବାଲୁକା କଳା ମାଧ୍ୟମରେ ପଖାଳ ଦିବସର ବାର୍ତ୍ତା ଦେଇଛନ୍ତି ଓଡ଼ିଶା ବାସୀଙ୍କୁ । ସେ ବାଲୁକା କଳାରେ ବଢ଼ା ହୋଇଥିବା ପଖାଳ କଂସା, ବେସର ଦେଇ ସୁନ୍ଦର ଭାବରେ ପ୍ରସ୍ତୁତ ହୋଇଥିବା ଭଜା ମାଛ, କାକୁଡ଼ି, କଞ୍ଚାଲଙ୍କା, ଲେମ୍ବୁ, ଦ‌ହି, ଶାଗ, ବଡ଼ିଚୁରା ଆଦି ସୁଆଦିଆ ଦ୍ରବ୍ୟକୁ ସ୍ଥାନିତ କରିଛନ୍ତି ।



Don't Miss
© all rights reserved
made with by templateszoo | Upated by GAPU