Responsive Ad Slot

ନୂଆ ଖବର

latest

ପଦ୍ମିନୀ ରାଉତଙ୍କ ଆଳାପ ସହ ଶୁଭପଲ୍ଲବର ୨୧ଶ ସଂସ୍କରଣ ଉନ୍ମୋଚିତ

Friday, December 4, 2020

/ by Gapu

ପଦ୍ମିନୀ ରାଉତଙ୍କ ଆଳାପ ସହ ଶୁଭପଲ୍ଲବର ୨୧ଶ ସଂସ୍କରଣ ଉନ୍ମୋଚିତ

ଭଦ୍ରକ
(୪ ଡିସେମ୍ବର ୨୦୨୦): ଓଡ଼ିଆ ଇ-ପତ୍ରିକା ଶୁଭପଲ୍ଲବର ୨୧ଶ ସଂସ୍କରଣ ଗତ ଡିସେମ୍ବର ୧ ତାରିଖରେ ଉନ୍ମୋଚିତ ହୋଇଯାଇଛି । ଆସନ୍ତା ନୂଆବର୍ଷରେ ତିନିବର୍ଷ ପୂରଣ କରିବାକୁ ଯାଉଥିବା ଶୁଭପଲ୍ଲବର ଏହି ସଂସ୍କରଣରେ ସ୍ଥାନ ପାଇଛି ଆନ୍ତର୍ଜାତୀୟ ଚେସ୍ ଖେଳାଳୀ ପଦ୍ମିନୀ ରାଉତଙ୍କ ସ୍ୱତନ୍ତ୍ର ସାକ୍ଷାତକାର, ଯେଉଁଥିରେ ସେ ତାଙ୍କର ପ୍ରାରମ୍ଭିକ ଜୀବନର ଅନୁଭୂତିରୁ ଆରମ୍ଭ କରି ପ୍ରଥମ ମ୍ୟାଚ୍, ପସନ୍ଦର ନାପସନ୍ଦ ବିଷୟରେ ଜଣାଇଛନ୍ତି କିଛି କଥା ।

୨୩ ଗୋଟି ଆଲେଖ୍ୟକୁ ନେଇ ପ୍ରକାଶ ପାଇଥିବା ଏହି ସଂସ୍କରଣଟିର କଭର୍ ଫଟୋ ଡିଜାଇନ୍ କରିଛନ୍ତି ସୁଦୂର ହାଇଦ୍ରାବାଦରେ ରହୁଥିବା ଓଡ଼ିଆ ଗ୍ରାଫିକ୍ ଡିଜାଇନର୍ ସମ୍ବିତ ଦାସ ଏବଂ ପତ୍ରିକାର ସମ୍ପାଦନା କାର୍ଯ୍ୟ ତୁଲାଇଛନ୍ତି ତାପସ ରଞ୍ଜନ ଓ ସଂଗ୍ରାମ କେଶରୀ ସେନାପତି ।

ଏହି ପତ୍ରିକାଟି ଶୁଭପଲ୍ଲବର ଓଡ଼ିଆ ୱେବ୍‌ସାଇଟ୍ shubhapallaba.in ଏବଂ ମାଗଣାରେ ପଢ଼ିବା ପାଇଁ ବିଶ୍ୱସ୍ତରୀୟ ରିଡିଂ ୱେବ୍‌ସାଇଟ୍ ମ୍ୟାଗ୍‌ଷ୍ଟାର୍‌ରେ ଉପଲବ୍ଧ ହେଉଛି ।

Don't Miss
© all rights reserved
made with by templateszoo | Upated by GAPU