Responsive Ad Slot

ନୂଆ ଖବର

latest

ପ୍ରଧାନମନ୍ତ୍ରୀଙ୍କ #SheInspiresUs ଅଭିଯାନରେ ଓଡ଼ିଆ ଗାଳ୍ପିକା ଡ. ସୁଲଗ୍ନା ମହାନ୍ତି ସ୍ଥାନିତ

Friday, March 6, 2020

/ by Gapu

ବ୍ୟୁରୋ (୬ ମାର୍ଚ୍ଚ ୨୦୧୮): ପ୍ରୋତ୍ସାହନକାରୀ ମହିଳାମାନଙ୍କୁ ଲୋକଲୋଚନକୁ ଆଣିବାକୁ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଆରମ୍ଭ କରିଥିବା ଅଭିଯାନ #SheInspiresUsରେ ସ୍ଥାନିତ ହୋଇଛନ୍ତି ଓଡ଼ିଆ ଗାଳ୍ପିକା ତଥା ଲେଖିକା ଡ. ସୁଲଗ୍ନା ମହାନ୍ତି । ଭାରତ ସରକାରଙ୍କ ଟୁଇଟର ହେଣ୍ଡେଲ୍ MyGovIndiaରେ ଆଜି ଏହି ବିଷୟରେ ଟୁଇଟ୍ କରି ସୂଚନା ଦିଆଯାଇଛି ।

ଡ. ସୁଲଗ୍ନା ମହାନ୍ତି ଓଡ଼ିଆ ଭାଷା ଓ ସାହିତ୍ୟକୁ ସୋସିଆଲ ମିଡ଼ିଆ ତଥା ବିଭିନ୍ନ ପତ୍ରପତ୍ରିକା ଓ ୱେବ୍‌ସାଇଟ୍/ବ୍ଲଗ୍ ମାଧ୍ୟମରେ ପ୍ରୋତ୍ସାହିତ କରୁଥିବା ଜଣେ ଓଡ଼ିଆ ଗାଳ୍ପିକା, ଯିଏକି କୋଏମ୍ବତୁର୍‌ର ଅମୃତା ବିଶ୍ୱବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ଆଗାମୀ ମହିଳା ଦିବସପାଇଁ ଭାରତୀୟ ମହିଳାମାନଙ୍କୁ ସମ୍ମାନ ପ୍ରଦାନ କରିବା ନେଇ ଆରମ୍ଭ ହୋଇଥିବା ଏହି ଅଭିଯାନରେ ତାଙ୍କର ଏହି କାର୍ଯ୍ୟ ବିଷୟରେ ଉଲ୍ଲେଖ କରିବା ସହିତ ଏଚଆଇଭି ସଂକ୍ରମିତ ପିଲାମାନଙ୍କ ପାଇଁ ଅନୁଦାନ ସଂଗ୍ରହ କରିବାରେ ତାଙ୍କ ଭୂମିକା ବିଷୟରେ ମଧ୍ୟ ପ୍ରଶଂସା କରାଯାଇଛି ।

ସୁଲଗ୍ନା ପ୍ରଥମେ ତାଙ୍କର ଫେସବୁକ୍ ପୃଷ୍ଠା ସୁଲଗ୍ନା ସ୍ପିକ୍ସ (Sulagna Speaks)‌ ନିଜର ୱେବ୍‌ସାଇଟ୍ sulagnamohanty.comରେ କ୍ଷୁଦ୍ରଗଳ୍ପ ଓ ପ୍ରବନ୍ଧ ଆଦି ଲେଖିବା ଆରମ୍ଭ କରିଥିଲେ । ସେତେବେଳେ ଫେସ୍‌ବୁକ୍‌ରେ ତାଙ୍କର ଧାରାବାହିକ ଗଳ୍ପ ବାଇ ଅସୁରୁଣୀକୁ ଅନେକ ଲୋକ ପସନ୍ଦ କରିଥିଲେ । ଏହାପରେ ତାଙ୍କର ପ୍ରଥମ ଓଡ଼ିଆ ଗଳ୍ପ ସଂକଳନ ନାଲିଚୁଡ଼ାକୁ ଓଡ଼ିଆ ପାଠକେ ଅନେକ ପ୍ରଶଂସା କରିଥିଲେ, ଯେଉଁଥିରେ ସ୍ଥାନିତ ଗଳ୍ପଗୁଡ଼ିକ ୧୦୪ ରେଡିଓ ଚକୋଲେଟ୍‌ରେ ମଧ୍ୟ ପ୍ରସାରିତ ହେଉଛି । ଏହାପରେ ତାଙ୍କର ପ୍ରଥମ ଉପନ୍ୟାସ ଆନିର ରୋଷେଇ ଘର ମଧ୍ୟ ଅନେକ ସଫଳତା ପାଇଥିଲା । ଆଗାମୀ ଦିନରେ ତାଙ୍କର ଆଉ ଏକ ଗଳ୍ପ ସଂକଳନ ପରିଧି ମଧ୍ୟ ପ୍ରକାଶିତ ହେବାକୁ ଯାଉଛି ।

ଏହି ସମ୍ମାନ ବିଷୟରେ ଜାଣିବାପରେ ସୁଲଗ୍ନା ସଭିଙ୍କୁ ଧନ୍ୟବାଦ ଜଣାଇ ନିଜର ଖୁସି ବ୍ୟକ୍ତ କରିବା ସହ ଏଭଳି ପ୍ରୋତ୍ସାହନ ତାଙ୍କୁ ଆଗକୁ ଅନେକ ପ୍ରେରଣା ଦେବ ବୋଲି ସେ କହିଛନ୍ତି ।
Don't Miss
© all rights reserved
made with by templateszoo | Upated by GAPU