Responsive Ad Slot

ନୂଆ ଖବର

latest

ମାତୃଭାଷା ମହାକୁମ୍ଭରେ ସଂଗ୍ରାମଙ୍କୁ ଯୁବ ପ୍ରେରଣା ସମ୍ମାନ

Sunday, February 23, 2020

/ by Gapu

ଭଦ୍ରକ: ଶୁଭପଲ୍ଲବ ଇ-ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ ସଂଗ୍ରାମ କେଶରୀ ସେନାପତିଙ୍କୁ ଯୁବ ପ୍ରେରଣା ସମ୍ମାନ ପ୍ରଦାନ କରାଯାଇଛି । ଗତ ଫେବୃଆରୀ ୨୦ ଓ ୨୧ ତାରିଖରେ ଅନୁଷ୍ଠିତ ହୋଇଥିବା ଷଷ୍ଠ ଆନ୍ତର୍ଜାତୀୟ ମାତୃଭାଷା ସମ୍ମିଳନୀରେ ନୂଆଦିଲ୍ଲୀର 'ଓଡ଼ିଆ ବୁଦ୍ଧିଜୀବି ଫୋରମ୍' ଦ୍ୱାରା ଆୟୋଜିତ ମାତୃଭାଷା ମହାକୁମ୍ଭ ଉତ୍ସବରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ସଂଗ୍ରାମ ଦୀର୍ଘଦିନ ଧରି ଓଡ଼ିଆ ଉଇକିପିଡ଼ିଆରେ ନିୟମିତ ପ୍ରସଙ୍ଗ ଲେଖିବା ସହ ଓଡ଼ିଆ ଲେଖକ ଲେଖିକାମାନଙ୍କର ଗପ କବିତା ଆଦିକୁ ସର୍ବଜନବିଦିତ କରାଇବା ପାଇଁ ଶୁଭପଲ୍ଲବ ନାମକ ଏକ ଇ-ପତ୍ରିକା ତଥା ୱେବ୍ ପୋର୍ଟାଲ୍‌ର ପ୍ରତିଷ୍ଠା କରିଛନ୍ତି । ଏଥି ସହିତ ବିଭିନ୍ନ ୱେବ୍‌ସାଇଟ୍ ତଥା ସୋସିଆଲ ମିଡିଆରେ ଓଡ଼ିଆ ଭାଷାର ପ୍ରଚାର ପାଇଁ ତାଙ୍କର ଯୋଗଦାନ ହେତୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଦିଲ୍ଲୀ ସ୍ଥିତ କନଷ୍ଟିଚ୍ୟୁସନ କ୍ଲବ୍ ଅଫ୍ ଇଣ୍ଡିଆର ସଭାଗୃହରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା । ଏତଦ୍ ବ୍ୟତୀତ ଏହି ସଭାର ୨ୟ ଦିନରେ ଆୟୋଜିତ ଆଲୋଚନା ଚକ୍ରରେ ସେ ଓଡ଼ିଆ ପୋଥି ତଥା ଦସ୍ତାବିଜକୁ ଡିଜିଟାଇଜ୍ କରିବା କ୍ଷେତ୍ରରେ ଭୋଗୁଥିବା ଅସୁବିଧା ଉପରେ ଆଲୋଚନା କରିବା ସହ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସଫ୍ଟୱେର୍‌କୁ ଓପନ୍ ସୋର୍ସ୍ ଭାବରେ ଉପଲବ୍ଧ କରାଇବାର ପ୍ରସ୍ତାବ ରଖିଥିଲେ ।

ଏହି ଦୁଇଦିନିଆ ସମାରୋହର ପ୍ରଥମ ଦିନରେ ସମସ୍ତ ଭାରତୀୟ ଶାସ୍ତ୍ରୀୟ ଭାଷାର ବିଶେଷଜ୍ଞମାନେ ଯୋଗ ଦେଇ ମାତୃଭାଷା ଉପରେ ମତ ରଖିଥିଲେ । ସଙ୍ଗଠନର ଅଧ୍ୟକ୍ଷ ଦେବେନ୍ଦ୍ରନାଥ ରାଉତଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ଏନ୍ଆଇସି, ସିଡାକ୍, ଡିଜିଟ୍, ଜେଏନ୍‌ୟୁ, ଓଡ଼ିଆ ରେଡ଼ିଓ, ଓଡ଼ିଶା ଡାଏରୀ ଓ ଅନେକ ସଙ୍ଗଠନର ଅଧିକାରୀ ଯୋଗ ଦେଇଥିଲେ । ଏହି କର୍ମାଶାଳାକୁ ସମ୍ପାଦକ ଶ୍ୟାମାନୁଜ ଦାସ ପରିଚାଳନା କରିଥିଲେ ।
Don't Miss
© all rights reserved
made with by templateszoo | Upated by GAPU