Responsive Ad Slot

ନୂଆ ଖବର

latest

ଦୀପାବଳି ଅବସରରେ ଓଡ଼ିଶାର ଜୀ ଇନିଷ୍ଟିଚିଉଟ୍ ଦ୍ୱାରା ରଙ୍ଗୋଲି ପ୍ରତିଯୋଗୀତା ଆୟୋଜନ

Saturday, October 26, 2019

/ by Gapu

ବ୍ୟୁରୋ (୨୬ ଅକ୍ଟୋବର ୨୦୧୯): ଦୀପାବଳୀ ତଥା କାଳୀପୂଜା ପାଇଁ ସବୁଆଡ଼େ ଜୋର୍‌ସୋର୍‌ରେ ପ୍ରସ୍ତୁତି ଚାଲିଛି ଆଉ ଏହି ଅବସରରେ ଜୀ ଇନିଷ୍ଟିଚିଉଟ୍ ଅଫ୍ କ୍ରିଏଟିଭ୍ ଆର୍ଟର ଓଡ଼ିଶା ଶାଖା ତରଫରୁ ଗତ ୨୬ ତାରିଖରେ ଏକ ମୁରୂଜ (ରଙ୍ଗୋଲି) ପ୍ରତିଯୋଗୀତାର ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗୀତାର ବିଜୟୀ ଦଳର ସଦସ୍ୟଙ୍କୁ ପ୍ରମାଣପତ୍ର ସହ ଉପହାର ପ୍ରଦାନ କରାଯାଇଥିଲା ।


ଅନୁଷ୍ଠାନର ୫ଜଣ ଲେଖାଏଁ ପିଲା ଚାରୋଟି ଦଳରେ ବିଭକ୍ତ ହୋଇ ଏହି ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । ଏହି ପ୍ରତିଯୋଗୀତାଟି ଦୀପ୍‌ଶୁଭ୍ର ମିଶ୍ର, ପ୍ରଶାନ୍ତ ମହାନ୍ତି ଏବଂ ମିସ୍ ତରନ୍ନୁମ ଜାହାଁଙ୍କର ପ୍ରତ୍ୟକ୍ଷ ତତ୍ୱାବଧାନରେ ଦିନ ୧୧ଟାରୁ ସନ୍ଧ୍ୟା ୬ଟା ଯାଏଁ ଚାଲିଥିଲା । ଏହି ପ୍ରତିଯୋଗୀତାର ସଦସ୍ୟମାନେ ଉନ୍ନତ ଏବଂ ଆକର୍ଷଣୀୟ କୌଶଳର ରଙ୍ଗୋଲି ପ୍ରସ୍ତୁତ କରିଥିଲେ ଏବଂ ତନ୍ମଧ୍ୟରୁ ସୂର୍ଯ୍ୟକାମ ଦେ, ଚନ୍ଦନ ଗଡ଼ନାୟକ, ଜଗନ୍ନାଥ ପଣ୍ଡା, ରୁହିଆ ମୁର୍ମୁ ଓ ଚିନ୍ମୟ ଗିରିଙ୍କ ଦଳ ବିଜୟୀ ହୋଇଥିଲା । ବିଜୟୀ ପ୍ରତିଯୋଗୀମାନଙ୍କୁ ଅନୁଷ୍ଠାନ ତରଫରୁ ପ୍ରମାଣପତ୍ର ଏବଂ ଉପହାର ପ୍ରଦାନ କରାଯାଇଥିଲା ।





Don't Miss
© all rights reserved
made with by templateszoo | Upated by GAPU