Responsive Ad Slot

ନୂଆ ଖବର

latest

ଷଷ୍ଠଥର ପାଇଁ ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ମନମୋହନ

Friday, August 23, 2019

/ by Gapu

ନୂଆଦିଲ୍ଲୀ: ରାଜ୍ୟସଭା ସଦସ୍ୟ ଭାବେ ଷଷ୍ଠ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ । ରାଜସ୍ଥାନରୁ ନିର୍ବାଚିତ ୮୬ ବର୍ଷୀୟ ଡ. ସିଂହଙ୍କୁ ଶୁକ୍ରବାର ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ୍‌. ଭେଙ୍କେୟା ନାଇଡ଼ୁ ନିଜ ପ୍ରକୋଷ୍ଠରେ ଶପଥପାଠ କରାଇଛନ୍ତି । ଏହି କାର୍ଯ୍ୟକ୍ରମରେ କଂଗ୍ରେସର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ, ବରିଷ୍ଠ ନେତା ଗୁଲାମନବି ଆଜାଦ, ଅହମ୍ମଦ ପଟେଲ, ଆନନ୍ଦ ଶର୍ମା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମେତ କିଛି ବିଜେପି ନେତା ମଧ୍ୟ ଉପସ୍ଥିତ ଥିଲେ । ମନମୋହନ ପୂର୍ବରୁ କ୍ରମାଗତ ୫ଥର ଆସାମରୁ ରାଜ୍ୟସଭା ସଦସ୍ୟ ରହିଥିଲେ ।
Don't Miss
© all rights reserved
made with by templateszoo | Upated by GAPU