Responsive Ad Slot

ନୂଆ ଖବର

latest

ଆରପାରିରେ ପୂର୍ବତମ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ

Saturday, August 24, 2019

/ by Gapu

ନୂଆଦିଲ୍ଲୀ (୨୪ ଅଗଷ୍ଟ ୨୦୧୯‌): ଆଜି ଦିଲ୍ଲୀରେ ଭାରତର ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟ୍‌ଲୀଙ୍କର ୬୬ ବର୍ଷ ବୟସରେ ପରଲୋକ ହୋଇଯାଇଛି ।

ଅରୁଣ ଜେଟ୍‌ଲୀ ଗତ ଦୁଇ ବର୍ଷ ହେବ ଅସୁସ୍ଥ ଥିଲେ । ୨୦୧୮ ମସିହାରେ ତାଙ୍କର ବୃକ୍‌କ ପ୍ରତିରୋପଣ କରାଯାଇଥିଲା । ମଧୁମେହ ଯୋଗୁଁ ଅଧିକ ଓଜନ ବଢ଼ି ଯାଉଥିବାରୁ ଚାରି ବର୍ଷ ପୂର୍ବେ, ୨୦୧୪ ମସିହାରେ ତାଙ୍କର ବେରିଏଟିକ୍‌ ସର୍ଜରି ମଧ୍ୟ ହୋଇଥିଲା ।

ଜେଟଲୀଙ୍କୁ ଅଣନିଃଶ୍ୱାସୀ ଏବଂ ଅସ୍ଥିର ଲାଗିବାରୁ ଗତ ଅଗଷ୍ଟ ୯ ତାରିଖ ଦିନ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ (AIIMs) ଭର୍ତ୍ତି କରାଯାଇଥିଲା । ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା କ୍ରମଶଃ ଗୁରୁତର ହେବାରେ ଲାଗିଥିଲା । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା ମଧ୍ୟ କରାଯାଉ ଥିଲା ।  ଅଗଷ୍ଟ ୧୦ ତାରିଖଠାରୁ ଅରୁଣ ଜେଟ୍‌ଲୀଙ୍କ ସ୍ୱାସ୍ଥ୍ୟ ସଂକ୍ରାନ୍ତରେ ଏମ୍‌ସ୍‌ କୌଣସି ବୁଲେଟିନ୍‌ ପ୍ରକାଶ କରୁ ନ ଥିଲା ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସ୍ବରାଷ୍ଟ୍ର ମନ୍ତ୍ରୀ  ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି, ଜିତେନ୍ଦ୍ର ସିଂହ ଏବଂ ରାମବିଳାସ ପାଶ୍ୱାନଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌, କଂଗ୍ରେସ ନେତା ଅଭିଷେକ ସିଙ୍ଘ୍‌ଓ୍ଵି ଏବଂ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ ଏବଂ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଡାକ୍ତରଖାନା ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ ।

ଜେଟ୍‌ଲୀ ଅସୁ୍ସ୍ଥତା କାରଣର ୨୦୧୯ ମସିହାର ଭାରତୀୟ ସାଧାରଣ ନିର୍ବାଚନରେ ନିର୍ବାଚନ ଲଢ଼ିବାପାଇଁ ମନା କରିଦେଇଥିଲେ ।

Don't Miss
© all rights reserved
made with by templateszoo | Upated by GAPU