Responsive Ad Slot

ନୂଆ ଖବର

latest

ଧାରା ୩୭୦ ଉଚ୍ଛେଦ କଶ୍ମୀରରେ ଆତଙ୍କବାଦର ଅବସାନ ଘଟାଇବ: ଅମିତ ଶାହା

Sunday, August 11, 2019

/ by Gapu

ବ୍ୟୁରୋ: ରବିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ସମ୍ବିଧାନର ୩୭୦ ଧାରାରେ ଜମ୍ମୁ ଓ କଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ର ପାହ୍ୟା ଉଚ୍ଛେଦ ସେ ଅଞ୍ଚଳରେ ଆତଙ୍କବାଦର ଅବସାନ ଘଟାଇବା ସହ ପ୍ରଗତିକୁ ବାଟ କଢ଼ାଇବ । ଉପରାଷ୍ଟ୍ରପତି ଏମ୍‌ ଭେଙ୍କୟା ନାଇଡୁଙ୍କ ଉପରେ ରଚିତ ଏକ ପୁସ୍ତକ ଉନ୍ମୋଚନ ଅବସରରେ ଶାହା କହିଥିଲେ, "ତାଙ୍କର ଦୃଢ଼ ବିଶ୍ୱାସ ଯେ ଦେଶ ପାଇଁ ହିତକାରୀ ହୋଇ ନ ଥିବାରୁ ଜମ୍ମୁ ଓ କଶ୍ମୀରକୁ ସ୍ୱତନ୍ତ୍ର ପାହ୍ୟା ପ୍ରଦାନ କରୁଥିବା ଧାରା ୩୭୦ ଉଚ୍ଛେଦ ହେବା ଉଚିତ ।"

ସେ ପୁଣି ଯୋଡ଼ିଥିଲେ, "ଜଣେ ସାଂସଦ ଭାବେ ମୁଁ ଦୃଢ଼ ବିଶ୍ୱାସ କରୁଛି ଯେ ଧାରା ୩୭୦ ବହୁ ଦିନ ତଳୁ ଉଠାଇ ନିଆଯିବା ଉଚିତ ଥିଲା । ଜଣେ ଗୃହମନ୍ତ୍ରୀ ଭାବେ ଧାରା ୩୭୦ ଉଚ୍ଛେଦର ପରିଣାମ ବିଷୟରେ ମୋ ମନରେ କୌଣସି ଭ୍ରାନ୍ତି ନ ଥିଲା । ମୁଁ ନିଶ୍ଚିତ ଯେ ଏବେ କଶ୍ମୀରରେ ଆତଙ୍କବାଦର ଅବସାନ ଘଟିବ ଏବଂ କଶ୍ମୀର ବିକାଶ ପଥରେ ଗତି କରିବ ।"

ସ୍ୱାଧୀନତା ପରେ କାଶ୍ମୀର ପାଇଁ ତିଆରି ହୋଇଥିବା ଏହି ଧାରା ୩୭୦, ୩୭୦ (କ) ଓ ୩୫ (କ) ଆଦି ଗତ ଅଗଷ୍ଟ ୫ ତାରିଖରେ ଉଚ୍ଛେଦ ପାଇଁ କେନ୍ଦ୍ରର ମୋଦୀ ସରକାର ନିଷ୍ପତ୍ତି ନେଇଥିଲେ । ଏହିଭଳି ଏକ ଐତିହାସିକ ପଦକ୍ଷେପକୁ ଅନେକ ବିରୋଧ କରିବା ସହ ଅନେକ ସ୍ୱାଗତ କରିଥିଲେ ।
Don't Miss
© all rights reserved
made with by templateszoo | Upated by GAPU