Responsive Ad Slot

ନୂଆ ଖବର

latest

ତିନି ବର୍ଷ ପରେ ସାରଥୀଙ୍କୁ ମିଳିଲା ଜାମିନ୍

Monday, July 22, 2019

/ by Gapu

ବ୍ୟୁରୋ (୨୨ ଜୁଲାଇ ୨୦୧୯): ସାରଥୀ ବାବା ଓରଫ ସନ୍ତୋଷ ରାଉଳଙ୍କୁ ସୋମବାର ହାଇକୋର୍ଟ ଜାମିନ୍‌ ପ୍ରଦାନ କରିଛନ୍ତି । ପୂର୍ବରୁ ଦୁଇଟି ମାମଲାରେ ବେଲ୍‌ ପାଇସାରିଥିବା ସାରଥୀଙ୍କୁ ଆଜି ତୃତୀୟ ମାମଲାରେ ହାଇକୋର୍ଟ ଜାମିନ ଦେଇଛନ୍ତି ।

ସୂଚନାଯୋଗ୍ୟ, ବାରିମୂଳ ଆଶ୍ରମ ଅନ୍ତେବାସିନୀ ମାଆ-ଝିଅଙ୍କ ପକ୍ଷରୁ ସାରଥୀଙ୍କ ବିରୋଧରେ ମାମଲା ଦାଖଲ ହୋଇଥିଲା । ତେବେ ଏହି ମାମଲାରେ ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ତାଙ୍କୁ ସର୍ତ୍ତମୂଳକ ଜାମିନ୍‌ ମିଳିଛି । ଏହା ସହ ସାକ୍ଷୀଙ୍କୁ ପ୍ରଭାବିତ ନ କରିବା ପାଇଁ ହାଇକୋର୍ଟ ସାରଥୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ତଳ କୋର୍ଟ ଚାହିଁଲେ ଏହି ମାମଲାରେ ଅଧିକ ସର୍ତ୍ତ ରଖିପାରିବେ ବୋଲି କୋର୍ଟ କହିଛନ୍ତି ।

କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମର ସାରଥୀ ବାବା ଓରଫ ସନ୍ତୋଷ ରାଉଳ ବିରୋଧରେ ମୋଟ୍ ୩ଟି ମାମଲା ରହିଥିଲା । ତେବେ ପୂର୍ବରୁ ଦୁଇଟି ମାମଲାରେ ସାରଥୀଙ୍କୁ ବେଲ୍‌ ମିଳିସାରିଛି । ଦୀର୍ଘ ୩ବର୍ଷରୁ ଅଧିକ ସମୟ ଧରି କଟକ ଚୌଦାର ଜେଲରେ ବନ୍ଦୀ ଥିଲେ ସାରଥୀ । ଆଜି ତାଙ୍କୁ ସମସ୍ତ ତିନୋଟି ଯାକ ମାମଲାରେ ହାଇକୋର୍ଟ ବେଲ୍‌ ପ୍ରଦାନ କରିଛନ୍ତି ।
Don't Miss
© all rights reserved
made with by templateszoo | Upated by GAPU