Responsive Ad Slot

ନୂଆ ଖବର

latest

ଉତ୍କଳ ଦିବସ ଅବସରରେ ନୂଆ ଓଡ଼ିଆ ଗୀତ ରିଲିଜ୍

Sunday, April 1, 2018

/ by Gapu
ଓଡ଼ିଶା (୧/୪/୨୦୧୮): ଆଜି ସମଗ୍ର ଓଡ଼ିଶାବାସୀ ଓଡ଼ିଶା ତ‌ଥା ଓଡ଼ିଶା ବାହାରେ ଉତ୍କଳ ଦିବସ ବଡ଼ ଧୁମ୍‌ଧାମ୍‌ରେ ପାଳନ କରୁଛନ୍ତି । ଇତ୍ୟାବସରେ ବାହାରେ ରହୁଥିବା ଦୁଇ ଓଡ଼ିଆ ଯୁବକ ଏକ ଓଡ଼ିଆ ଗୀତ ତିଆରି କରିଛନ୍ତି । "ଚାଲ କରିବା ଟିକେ ଓଡ଼ିଆମି" ଶୀର୍ଷକରେ ଏହି ଗୀତଟି ଆଜି ଉତ୍କଳ ଦିବସ ପାଇଁ ଉତ୍ସର୍ଗ କରାଯାଇଛି । ଓଡ଼ିଶା ବାହାରେ ରହୁଥିବା ଏହି ଦୁଇ ଯୁବକ ପେଶାରେ ସଫ୍ଟଓୟାର ଇଞ୍ଜିନିୟର ହେଲେ ମଧ୍ୟ ଓଡ଼ିଆ ଭାଷା ପାଇଁ ସେମାନଙ୍କର ଭଲ ପାଇଁ ଯୋଗେ ସେମାନେ ଏହି ଗୀତଟି ପ୍ରସ୍ତୁତ କରିଛନ୍ତି ।

ଏହି ଗୀତଟିରେ ଓଡ଼ିଶା ବିଷୟରେ ତ‌ଥା ଓଡ଼ିଆ ସଂସ୍କୃତି ଉପରେ କିଞ୍ଚିତ୍ ବର୍ଣ୍ଣିତ ହୋଇଛି । ଏହାର ରଚନା କରିଛନ୍ତି ଶାଶ୍ୱତ କୁମାର ସ୍ୱାଇଁ ଏବଂ ସ୍ୱର ସଂଯୋଜନା କରିଥିଲେ ମାନସ ରଞ୍ଜନ ଦାଶ ଓ ନିଜେ କଣ୍ଠଦାନ କରିଥିଲେ । ଆଜି ଉତ୍କଳ ଦିବସ ଅବସରରେ ନିଜର ୟୁ-ଟ୍ୟୁବ ଚେନାଲରେ ଏହି ଗୀତଟିର ଲୋକାର୍ପଣ କରିଛନ୍ତି ମାସନ । ପୂର୍ବରୁ ମାନସ ଏବଂ ଶାଶ୍ୱତଙ୍କର ଯୋଡ଼ି ପଖାଳ ଦିବସରେ ପଖାଳ ଗୀତ ନିର୍ମାଣ କରିଥିଲେ । ଏହି ଗୀତଟି ଅନେକ ଲୋକପ୍ରିୟତା ପାଇଥିଲା ।


Don't Miss
© all rights reserved
made with by templateszoo | Upated by GAPU