Responsive Ad Slot

ନୂଆ ଖବର

latest

ପଖାଳ ଦିବସ ପାଇଁ ସୋସିଆଲ ମିଡ଼ିଆ ସରଗରମ

Monday, March 19, 2018

/ by Gapu
ମାର୍ଚ୍ଚ ୨୦କୁ ବିଶ୍ୱ ପଖାଳ ଦିବସ ଭାବରେ ପାଳନ କରାଯାଉଛି, ତେଣୁ ଏହାକୁ ନେଇ ଚାରିଆଡ଼େ ପ୍ରସ୍ତୁତି ଖୁବ୍ ଜୋର୍‌ରେ ଚାଲିଛି । ଚାରିଆଡ଼େ ଏବେ ପଖାଳର ଚର୍ଚ୍ଚା ବଢ଼ିବାରେ ଲାଗିଛି । ସୋସିଆଲ୍ ମିଡ଼ିଆର ମଧ୍ୟ ପଖାଳର ଜର ସଭିଙ୍କୁ ଘାରିଛି । ପଖାଳ ଦିବସ ଏବଂ ପଖାଳ ଉପରେ କିଏ ଗୀତ ତିଆରି କରି ସେୟାର କଲେଣି, ତ' କିଏ ପଖାଳକୁ ନେଇ କ୍ଷୁଦ୍ର ଗଳ୍ପ, କବିତା, ପୋଷ୍ଟରମାନ ତିଆରି କଲେଣି ।

ସେହିଭଳି ଦେଶ ବାହାରେ ରହୁଥିବା ଓଡ଼ିଆ ଯୁବ ଇଞ୍ଜିନିୟର ଶାଶ୍ୱତ ଦେବଦତ୍ତ ପଖାଳ ଦିବସ ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ସୁନ୍ଦର ଟାହୋ ହ୍ରଦ ପାଖରେ ଥିବା ପର୍ବତରୁ ପଖାଳ ଦିବସ ଉପରେ ଲେଖାଟିଏ ଧରି ଛାୟାଚିତ୍ରଟିଏ ସୋସିଆଲ ମିଡ଼ିଆରେ ଛାଡ଼ିଛନ୍ତି । ବରଫ ଆଚ୍ଛାଦିତ ଏହି ପାହାଡ଼ ଉପରେ ଦୀର୍ଘ ୧.୫ ମାଇଲ ବରଫରେ ଚାଲିଚାଲି ଯିବାପରେ ସେ ପହଞ୍ଚିଥିଲେ ଏହି ସ୍ଥାନରେ ।


ଏହି ଫଟୋଟି ସେ ତାଙ୍କର ଟୁଇଟର ପ୍ରୋଫାଇଲରେ ସେୟାର କରି ପଖାଳ ଦିବସର ବାର୍ତ୍ତା ଜଣେଇଥିଲେ ।
Don't Miss
© all rights reserved
made with by templateszoo | Upated by GAPU