Responsive Ad Slot

ନୂଆ ଖବର

latest

ପଖାଳ ଦିବସ ଅବସରରେ ଟୁଇଟରରେ ସଫଳ ଟ୍ରେଣ୍ଡ

Monday, March 19, 2018

/ by Gapu
ପଖାଳ ଦିବସ ଅବସରରେ ଟୁଇଟରରେ ଟ୍ରେଣ୍ଡ ପାଇଁ ପ୍ରସ୍ତୁତ ହୋଇ ରହିଥିଲେ ଆମ ଓଡ଼ିଆ ଟୁଇଟିଆଳୀଗଣ । ତେଣୁ ରାତିରୁ ସଭିଏଁ ଆରମ୍ଭ କରିଦେଇଥିଲେ ଏହି ଅଭିଯାନ । ଧୀର ଧୀରେ ଅଭିଯାନ ଦୃତ ଗତିରେ ବଢ଼ିଥିଲା ସକାଳ ହେଲାବେଳକୁ । ଫଳ ସ୍ୱରୂପ ଟୁଇଟରେ ସର୍ବଭାରତୀୟ ସ୍ତରରେ #PakhalaDibasa ଟ୍ରେଣ୍ଡ ହେବା ଆରମ୍ଭ କରିଥିଲା । ଏମିତିକି କିଛି ସମୟ ପାଇଁ ଏହା ପ୍ରଥମ ସ୍ଥାନ ମଧ୍ୟ ଅକ୍ତିଆର କରିନେଇଥିଲା ।


ପାଖାଳ ଦିବସ ଟ୍ରେଣ୍ଡ‌ରେ ସୁଦର୍ଶନ ପଟ୍ଟନାୟକ, ଅରବିନ୍ଦ ପାଢ଼ୀ, ବିଜୟବିଶ୍ୱାଳ, ସୁପର୍ନୋ ଶତପଥୀଙ୍କ ଭଳି ପୁରଖା ଏବଂ ଲୋକପ୍ରିୟ ଟୁଇଟିଆଳୀଙ୍କର ଯୋଗଦାନ ଟ୍ରେଣ୍ଡକୁ ପ୍ରଥମ ସ୍ଥାନ‌କୁ ନେବାରେ ସଫଳ କରାଇଥିଲା । ପଖାଳ ଦିବସ ଟ୍ରେଣ୍ଡ ବିଷୟରେ Trendinalia India ତରଫରୁ ଟୁଇଟ କରି ଜଣାଯାଇଥିଲା ।





Don't Miss
© all rights reserved
made with by templateszoo | Upated by GAPU