ଭଦ୍ରକ (୧ ଅପ୍ରେଲ ୨୦୨୨): ଆଜି ଉତ୍କଳ ଦିବସ ଅବସରରେ ଶୁଭପଲ୍ଲବ ଶିଶୁରାଇଜର ୨ୟ ସଂସ୍କରଣ ଏକ ଅନ୍ଲାଇନ୍ କାର୍ଯ୍ୟକ୍ରମ ଜରିଆରେ ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶୁଭପଲ୍ଲବର ପ୍ରତିଷ୍ଠାତା ସଂଗ୍ରାମ କେଶରୀ ସେନାପତି, ଶିଶୁରାଇଜର ସମ୍ପାଦିକା ପଲ୍ଲବୀ ପୂଜାପଣ୍ଡା, ଶୁଭପଲ୍ଲବର ଗ୍ରାଫିକ୍ ଡିଜାଇନର୍ ସମ୍ବିତ ଦାସ, ଲେଖିକା ସୁପ୍ରିୟା ପଣ୍ଡା ପ୍ରମୁଖ ଯୋଗ ଦେଇ ନିଜର ବକ୍ତବ୍ୟ ରଖିଥିଲେ ।
୨୦୨୧ ମସିହାରେ ଶୁଭପଲ୍ଲବର ଶିଶୁରାଇଜ ମାତୃଭାଷା ଦିବସରେ ପ୍ରକାଶ ପାଇଥିବା ବେଳେ ଏଥର ଉତ୍କଳ ଦିବସରେ ପ୍ରକାଶ ପାଇଛି, ଯେଉଁଥିରେ କୁନିକୁନି ପାଠକମାନଙ୍କ ପାଇଁ ବିଭିନ୍ନ ଗପ ଓ କବିତା ଆଦି ପ୍ରକାଶ ପାଇଥିବା ବେଳେ ଛୋଟଛୋଟ ପିଲାମାନଙ୍କ ଦ୍ୱାରା ବିଭିନ୍ନ ଚିତ୍ରାଙ୍କନ ସ୍ଥାନିତ ହୋଇଛି । ଏହି ପତ୍ରିକାଟି ଶୁଭପଲ୍ଲବ ଷ୍ଟୋର୍ ସମେତ ଗୁଗୁଲ୍ ବୁକ୍ସ ଓ ଇସୁ ଡଟ୍ କମ୍ରେ ମାଗଣାରେ ପଢ଼ିବା ପାଇଁ ଉପଲବ୍ଧ ହେଉଛି ।
ଏହି ଆଭାସୀ କାର୍ଯ୍ୟକ୍ରମରେ ବହୁ ଲେଖକ ଲେଖିକା ଅନଲାଇନ ମାଧ୍ୟମରେ ଭାଗ ନେଇଥିଲେ।