Responsive Ad Slot

ନୂଆ ଖବର

latest

ଥମୁନି କର୍ଣ୍ଣାଟକର ରାଜକୀୟ ନାଟକ

Monday, July 22, 2019

/ by Gapu
Image result for kumar swami karnataka

ବାଙ୍ଗାଲୋର (୨୨ ଜୁଲାଇ ୨୦୧୯): କର୍ଣ୍ଣାଟକ ସରକାରରେ ଚାଲିଥିବା ନାଟକ ଦିନକୁ ଦିନ ବଢ଼ି ବଢ଼ି ଚଲିଛି । ଗତ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଆସ୍ଥାଭୋଟ ଉପରେ ବିତର୍କ ଆଜି ପର୍ଯ୍ୟନ୍ତ ଶେଷ ହୋଇପାରିନାହିଁ । ସୋମବାର ଦିନ ସରି ରାତି ହେଇଗଲା ପଛେ ବିତର୍କ ସରିଲାନାହିଁ । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଇଦେବେ ବୋଲି ଚର୍ଚ୍ଚା ହେଉଥିଲା । ହେଲେ ତା'କୁ ମିଥ୍ୟା ପ୍ରମାଣିତ କରି ଆସ୍ଥାଭୋଟ ପାଇଁ କୁମାରସ୍ୱାମୀ ରାଜ୍ୟପାଳଙ୍କଠାରୁ ଆଉ ଦୁଇଦିନ ସମୟ ମାଗିଛନ୍ତି ।

ଆଜି କୌଣସି ପ୍ରକାରେ ଆସ୍ଥା ଭୋଟ କରିବାକୁ ବାଚସ୍ପତି କହିଥିବାବେଳେ ତାହା ସମ୍ଭବ ହୋଇପାରିଲା ନାହିଁ । ଏହାଫଳରେ ବାଚସ୍ପତି ରମେଶ କୁମାର ମଧ୍ୟ ବିରକ୍ତ ହୋଇ ନିଜ ପଦବୀରୁ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି । ତେବେ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରାମାୟା ବାଚସ୍ପତି ରମେଶଙ୍କୁ ଶାନ୍ତ କରିବାକୁ ଉଦ୍ୟମ କରିଛନ୍ତି ।

Don't Miss
© all rights reserved
made with by templateszoo | Upated by GAPU