#GSLVMkIII-M1 successfully injects #Chandrayaan2 spacecraft into Earth Orbit— ISRO (@isro) July 22, 2019
Here's the view of #Chandrayaan2 separation#ISRO pic.twitter.com/GG3oDIxduG
ଏହି ମହାକାଶ ଯାନର ଓଜନ ୩.୮ ଟନ୍ । ଏହି ପ୍ରକଳ୍ପର ସମୁଦାୟ ଖର୍ଚ୍ଚ ୯୭୮ କୋଟି ଟଙ୍କା । ଏହି ପ୍ରକଳ୍ପରେ ମହାକାଶ ଯାନ ପାଇଁ ୬୦୩ କୋଟି ଏବଂ ‘ଜିଏସଏଲ୍ଭି ଏମ୍କେ-୩’ ରକେଟ୍ ପାଇଁ ୩୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଗୋଟିଏ ଅର୍ବିଟର, ଗୋଟିଏ ଲ୍ୟାଣ୍ଡର (ବିକ୍ରମ) ଏବଂ ଗୋଟିଏ ରୋଭରକୁ (ପ୍ରଜ୍ଞା) ନେଇ ଗଠିତ ହୋଇଛି ଚନ୍ଦ୍ରଯାନ-୨ ।
ଭାରତର ମହାକାଶ ଅଗ୍ରଦୂତ ବିକ୍ରମ ସରାଭାଇଙ୍କ ସ୍ମୃତିରେ ଇସ୍ରୋ ଏହି ଚନ୍ଦ୍ରଯାନର ଲ୍ୟାଣ୍ଡର୍ ନାମ "ବିକ୍ରମ" ଏବଂ ରୋଭରର ନାମ "ପ୍ରଜ୍ଞା" ରଖିଛି । ପ୍ରକ୍ଷେପଣର ୫୪ ଦିନ ପରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ । ଏହାପରେ ରୋଭର ଲ୍ୟାଣ୍ଡରଠାରୁ ଅଲଗା ହୋଇ ଚନ୍ଦ୍ରପୃଷ୍ଠରେ ୧୪ ଦିନ ପର୍ଯ୍ୟନ୍ତ ଅନୁଧ୍ୟାନ ଜାରି ରଖିବ । ଉଭୟ ରୋଭର ଏବଂ ଲ୍ୟାଣ୍ଡର ୧୪ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ଅର୍ବିଟର ବର୍ଷେ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହି ଏହାର ମିସନ୍ ଜାରି ରଖିବ । ଏହି ମିସନ୍ରେ ୧୩ଟି ଭାରତୀୟ ପେଲୋଡ ରହିଛି । ରୋଭର୍ ଚନ୍ଦ୍ରପୃଷ୍ଠରେ ମାଗ୍ନେସିୟମ, କାଲସିୟମ, ଆଇରନ୍ ଭଳି ଉପାଦାନର ସନ୍ଧାନ ପାଇଁ ଚନ୍ଦ୍ରପୃଷ୍ଠରେ ଥିବା ଶିଳାର ଫଟୋ ଉଠାଇବ । ଚନ୍ଦ୍ରର ଅନ୍ଧକାର ପାର୍ଶ୍ବକୁ ମଧ୍ୟ ଏହି ଯାନ ଅଧ୍ୟୟନ କରିବ ।
ପୂର୍ବରୁ ପାଖାପାକି ୪ ଥର ଉତକ୍ଷେପଣ ବାଲିତ ହେବା ପରେ ଜୁଲାଇ ୧୫ ରାତି ୨ଟା ୫୧ମିନିଟରେ ଉତକ୍ଷେପଣ ଲାଗି ସମୟ ଧାର୍ଯ୍ୟ କରାଯାଇଥିଲା । ମାତ୍ର ଚନ୍ଦ୍ରଯାନକୁ ମହାକାଶରେ ପହଞ୍ଚାଇବାକୁ ଥିବା ଜିଏସଏଲଭି-ମାର୍କ-୩ର କ୍ରାୟୋଜେନିକ ଇଂଜିନର ହିଲିୟମ ବଟଲରେ ଲିକ୍ ହେବାରୁ ଉତକ୍ଷେପଣର ୫୬ ମିନିଟ ପୂର୍ବରୁ ଏହାକୁ ବାତିଲ କରାଯାଇଥିଲା । ଏବେ ଏହି ତ୍ରୁଟିକୁ ସଜଡ଼ାଯାଇ ପୁଣି ଉତକ୍ଷେପଣ କରାଯାଇଛି ।
ଏହି ଐତିହାସିକ ଅଭିଯାନରେ ସଫଳ ହେଲେ ଭାରତ ଆମେରିକା, ଋଷିଆ ଓ ଚୀନ ପରେ ବିଶ୍ବର ୪ର୍ଥ ଦେଶ ହେବ । ଇସ୍ରାଏଲ ନିଜର ଚନ୍ଦ୍ରଯାନ ବେରେସିଟକୁ ଗତ ଫେବ୍ରୁଆରୀ ମାସରେ ପଠାଇଥିଲେ ମଧ୍ୟ ତାହା ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିପାରିନଥିଲା ।
ଚନ୍ଦ୍ରଯାନ-୨ର ଉତ୍କ୍ଷେପଣ ଦେଖିବାପାଇଁ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ସତୀଶ ଧଓ୍ଵନ ମହାକାଶ କେନ୍ଦ୍ରରେ ପହଞ୍ଚିଥିଲେ ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏହି ଉତ୍କ୍ଷେପଣର ସିଧାପ୍ରସାରଣ ଦେଖିଥିଲେ ।
भारत के लिए यह एक ऐतिहासिक क्षण है।— Narendra Modi (@narendramodi) July 22, 2019
चंद्रयान-2 के सफल प्रक्षेपण से आज पूरा देश गौरवान्वित है।
मैंने थोड़ी देर पहले ही इसके लॉन्च में निरंतर तन-मन से जुटे रहे वैज्ञानिकों से बात की और उन्हें पूरे देश की ओर से बधाई दी। #Chandrayaan2 https://t.co/50UodlbH0y
ଚନ୍ଦ୍ରାୟନ-୨ର ଉତ୍କ୍ଷେପଣ ଦେଖିବାପାଇଁ ପାଖାପାଖି ୭,୫୦୦ରୁ ଅଧିକ ଦର୍ଶନ ମହାକେଶ କେନ୍ଦ୍ର ନିକଟରେ ଉପସ୍ଥିତ ଥିଲେ ।
Total number of 7500 visitors witnessed the launch live from the Viewer's Gallery at Sriharikota— ISRO (@isro) July 22, 2019
Here's another view of visitors...#Chandrayaan2 #GSLVMkIII #ISRO pic.twitter.com/EqvZAYyIVU

